ଖରିଫ ଧାନ କ୍ରୟ ପାଇଁ ସଚେତନତା। ମୟୁରଭଞ୍ଜ ଜିଲ୍ଲା ଉଦଳା ଆରଏମସି ପକ୍ଷ ରୁ ଆଜି ଉଦଳା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ଉଦଘାଟନ ହୋଇଥିଲା। ଏହି ସଚେତନତା ରଥ କୁ ଉଦଳା ବିଧାୟକ ଭାସ୍କର ମଢେଇ ଓ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ପତାକା ଦେଖାଇ ଉଦଘାଟନ କରିଥିଲେ। ବିଶେଷ କରି ପଞ୍ଜିକୃତ ଚାଷୀ ମାନେ ନିଜସ୍ୱ ଲ୍ୟାମ୍ପସ ରେ faq ମାନ ର ଧାନ କୁ ସରକାରୀ ଧାର୍ଯ୍ୟ ଅନୁଯାୟୀ 26.12.25 ଠାରୁ 31.03.26 ପର୍ଯ୍ୟନ୍ତ ବିକ୍ରି କରି ପରିବେ ବୋଲି ଆରଏମସି ସମ୍ପାଦକ କହିଛନ୍ତି। ଏହି କୃଷି ସଚେତନତା ରଥ ଉଦଘାଟନ ରେ ବିଭିନ୍ନ ଲ୍ୟାମ୍ପସ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।