ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି

0

ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାପାଳ ମାନଙ୍କୁ ହେଡକ୍ୱାଟର ନଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛ । ସେହିପରି ସହରାଞ୍ଚଳରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ମଧ୍ୟ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ବର୍ଷା ଯୋଗୁଁ ସହରରେ ପାଣି ଜମିବାର ସମ୍ଭାବନା ରହିଛି।ଯେଉଁଥି ପାଇଁ ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ପାଣି ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଳିଆ ଅଂଚଳରେ ପାଣି ଜମିଲେ, ତୁରନ୍ତ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ନଜର ରଖିବାକୁ କୁହାଯାଇଛି । ଏହାସହ ଡ୍ରେନ୍ ଗୁଡ଼ିକ ତୁରନ୍ତ ସଫା କରିବାକୁ ମଧ୍ୟ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।