ଆମେ ଟିଭିରେ ଦେଖିଛୁ : ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ

0

ଭୁବନେଶ୍ୱର : ବିଧାନସଭାରେ ବିଭୂତି ପ୍ରଧାନଙ୍କ ବିବୃତି କୁ ନେଇ ଚର୍ଚ୍ଚା ।ବିଜେଡି ସରକାର ରେ ଜଣେ ଛାୟା ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ । ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର ସେ କେବେ ବିଧାନସଭା ଆସିନାହାନ୍ତି । କାୟା ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ । ଯାହା ଆମେ ଟିଭିରେ ଦେଖିଛୁ । ବିଧାନସଭାରେ କିଛି ଦିନ ହେଲା ୨୪ ବର୍ଷ,ତାମିଲ, ଅଣ ଓଡିଆ ଓ ଓଡ଼ିଆ ଅସ୍ମିତା ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି । ଯାହାକି ଗିନିଜ ବୁକ ରେକର୍ଡ ରେ ବୋଧେ ସ୍ଥାନ ପାଇବ । ଆମେ ଏହା ଆଗକୁ ୫ ବର୍ଷ ପର୍ଯ୍ୟନ୍ତ ଏମିତି ବି କହିବୁ କିନ୍ତୁ ସ୍ପଷ୍ଟ କରି ଦେଉଛି ଯେ ତାମିଲ ମାନେ ସବୁ ତାମିଲ ଙ୍କୁ କହୁନୁ । ସେହିପରି ଅଣ ଓଡିଆ କହି ସବୁ ଅଣ ଓଡିଆ ଙ୍କୁ ଆକ୍ଷେପ କରୁ ନାହୁଁ । ଧନ୍ୟବାଦ ଦେବାକୁ ଚାହୁଁଛି ସେହି ତାମିଲ ବାବୁ ଙ୍କ ପାଇଁ ବିଜେପି ଆଜି ସରକାରରେ । ଥରେ ପେପରରେ ଦେଖିଥିଲି କୋଣାର୍କ ସ୍ଥାୟୀତ୍ୱ ଢ଼ଳେଇ ର ଦାୟିତ୍ୱ । ସେହିପରି ବିଜେପିର ସ୍ଥାୟୀତ୍ୱ ତାମିଲ ବାବୁ ଙ୍କ ଦାୟିତ୍ୱ । ସିଏ ଯେତେ ଦିନ ପର୍ଯ୍ୟନ୍ତ ଏରୋଡ୍ରମ ଫିଲିଡ଼ ଯାଉଥିବେ ଆମକୁ କେହି ଟ୍ରେଜେରି ବେଞ୍ଚ ରୁ ହଟାଇ ପାରିବେ ନାହିଁ ।

ଶଙ୍ଖ ର ରଙ୍ଗ ଧଳା ବଦଳରେ ସବୁଜ କରିଦେଲେ ବୋଲି ଆଜି ସେମାନେ ଟ୍ରେଜେରି ବେଞ୍ଚ ରୁ ବିରୋଧୀ ଆସନରେ ବସିଛନ୍ତି ।

ସେହିପରି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଙ୍କ ବିବୃତି କୁ କଟାକ୍ଷ କରି କହିଥିଲେ ଜୁନ ୫ ତାରିଖରେ ଯେବେ ବିଜେଡି ହରିଲା ସେତେବେଳେ ତାମିଲ ଏରୋଡ୍ରମ ଫିଲିଡ଼ ଯିବା ବେଳେ ତାଙ୍କୁ ଦେଖି ବିରୋଧୀ ଦଳ ନେତା ବୋଧେ ଏଇ ଗୀତ ଗାଇଥିବେ । ହୃଦୟର ଏଇ ଶୁନ୍ୟତା କୁ ଯଦି ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ବନି କୁହେ ତୁମେ ତୁମେ…

ବିରୋଧୀ ଦଳ ନେତା କିଛି ଦିନ ତଳେ ଗୋଟେ ଚିଠି ଲେଖିଥିଲେ ଆଳୁ ପାଇଁ । ମୋତେ ଲାଗୁଛି ତାଙ୍କର ଏହି ଆଳୁ ଦୋଷ ଆଗରୁ ରହିଛି ।