ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ

ବ୍ୟୁରୋ: ଏସୀୟ କ୍ରୀଡାରେ ଇତିହାସ ରଚିଲେ ଓଡିଆ ପୁଅ କିଶୋର ଜେନା । ଚୀନର ହାଙ୍ଗଝୁରେ  ଚାଲିଥିବା  ଏସୀୟ କ୍ରୀଡାରେ ବଡ ସଫଳତା ଆଣିଛି ଭାରତ । ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ୱର୍ଣ୍ଣ  ଓ ରୌପ୍ୟ  ପଦକ ହାତେଇଛି ଭାରତ । ଭାରତର ଷ୍ଟାର ଖେଳାଳି ନୀରୋଜ ଚୋପ୍ରା ଜାଭେଲିନକୁ  ୮୮.୮୮ ମିଟର  ଦୂର ଫିଙ୍ଗି  ସ୍ୱର୍ଣ୍ଣ ପଦକ ଜିତି ଥିବା ବେଳେ ଓଡିଆ ପୁଅ କିଶୋର ଜେନା ୮୭.୫୪ ମିଟର  ଜାଭେଲିନ ଫିଙ୍ଗି ରୌପ୍ୟ ପଦକ  ହାସଲ କରିଛନ୍ତି  ।