ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର , ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡକୋ ଚିଫ ଜେନେରାଲ ମ୍ୟାନେଜର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏଏସ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ ଭୁବନେଶ୍ୱର, କଟକ ଯାଜପୁରର ଏକାକାଳୀନ ୭ଟି ସ୍ଥାନରେ ମାରାଥନ ଚଢାଉ ଜାରି ରହିଛି। ଏହି ଚଢାଉରେ ୧୦ ଡିଏସପି ଇନ୍ସପେକ୍ଟର ସାମିଲ ଅଛନ୍ତି। 5T ଅଧୀନରେ ଭିଜିଲାନ୍ସ ଆସିବା ପରେ ଦୁର୍ନୀତିଖୋରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଉଛି।