ଦିଲ୍ଲୀ ବସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

Red fort explosion: ଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ଏବେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ।

ସେହିପରି ଦିଲ୍ଲୀ ବିସ୍ଫୋରଣ ପରେ ବଢ଼ିଲା ହୀରାକୁଦ ଡ୍ୟାମର ସୁରକ୍ଷା । ହୀରାକୁଦ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ନେଇ ସମ୍ବଲପୁର ଏସ୍‌ପିଙ୍କ ସୂଚନା । ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ ହୋଇଛି । ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି ହୋଇଛି । ହାଇଆଲର୍ଟ ନେଇ ଭୁବନେଶ୍ବର ଡିସିପିଙ୍କ ସୂଚନା । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି । ସମସ୍ତ ହୋଟେଲ୍‌ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ।

ତେବେ ଆଜି ସଞ୍ଜରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଏହି ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବଂ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିସ୍ଫୋରଣର ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଟିମ ମଧ୍ୟ ପହଞ୍ଚିଛି ।