(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରୁ ହାଇଟେକ୍ ଚୋର ଗରିଫ । ଅଭିଯୁକ୍ତ ଜଣକ ଆପାର୍ଟମେଣ୍ଟରେ ନିଜେ ରହି ବିଭିନ୍ନ ଗାଡି ଚୋରି କରିବା ସହ ଆପାର୍ଟମେଣ୍ଟ ତଳେ ଏହି ଗାଡି ବିକ୍ରି କରୁଥିଲା । ଅଭିଯୁକ୍ତକୁ ସ୍ଥାନୀୟ ଲୋକ ଧରିବା ସହ ତା ଠାରୁ ୫ଟି ଗାଡି ଜବତ ହୋଇଛି । ଏନେଇ ଗିରଫ ହୋଇଥିବା ଯୁବକ ଜଣକ କହିଛନ୍ତି ସେ ନିର୍ଦ୍ଦେଷ, ଗାଡି ଗୁଡିକ ଓଏଲଏକ୍ସରୁ କିଣିଛନ୍ତି । ଉକ୍ତ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।