ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା: ବିମାନ ଉଡ଼ାଣ ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଓ ପବନ ଯୋଗୁ ବହୁ ସଂଖ୍ୟାରେ ଗଛପତ୍ର ଉପୁଡ଼ି ଯାଇଛି। ରାସ୍ତାଘାଟ ଜଳମଗ୍ନ ହୋଇଛି। ଏପରି କି କୋଠାଘର ବି ଭୁଶୁଡ଼ି ପଡ଼ିଛି। ରାଜଧାନୀ ନୂଆଦିଲ୍ଲୀକୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ୪୯ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।

ଗତ କିଛି ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ପରେ ଏବେ ବର୍ଷା କାରଣରୁ ଦିଲ୍ଲୀରେ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ପାଣିପାଗ ବିଭାଗ ପଶ୍ଚିମ ଭାରତ ଏବଂ ଉତ୍ତର-ପୂର୍ବ ଭାରତରେ ବର୍ଷା ସତର୍କତା ଜାରି କରିଛି । ଆଜି ଅର୍ଥାତ୍ ୨୫ ମେରେ ଦେଶର ୨୧ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ଝଡ଼ ହେବାର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହା ବ୍ୟତୀତ ହିମାଚଳ ଏବଂ ଉତ୍ତରାଖଣ୍ଡରେ ବର୍ଷା ଏବଂ କୁଆପଥର ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଶନିବାର ଅପରାହ୍ନରେ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ଝଡ଼ ସହିତ ମୁଷଳଧାରାରେ ବର୍ଷା ହୋଇଥିଲା ।