ଲଘୁଚାପ ବର୍ଷାରେ ଧୋଇ ନେବ ଦୁର୍ଗ ପୂଜା

ଭୁବନେଶ୍ୱର : ଆସୁଛି ପର୍ବଣ । ଧରା ପୃଷ୍ଠକୁ ଅବତରଣ କରିବେ ମାଁ ଦୁର୍ଗା । ଏହାରି ମଧ୍ୟରେ ବଡ ଖବର ସାମ୍ନାକୁ ଆସୁଛି । ପୂଜାରେ ବର୍ଷା ସାଜିପାରେ ବାଧକ । ଦଶହରା ପୂର୍ବର ଏକ ଲଘୁଚାପ ଘନୀଭୂତ ହୋଇପାରେ । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏକା ସାଙ୍ଗେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏକା ସାଙ୍ଗେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହିପରି ବଙ୍ଗୋପସାଗରରେ ପୂର୍ବଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି । ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଆଡକୁ ଗତି କରିବ ।

ସେହିପରି ଆରବସାଗରରେ ୨୪ ଘଣ୍ଟା ଭିତରେ ଏକ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହିଛି । ଆରବସାଗରର ଦକ୍ଷିଣ ପୂର୍ବ ଭାଗରେ ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି ବୋଲି ବିଭିନ୍ନ ପାଣିପାଗ ମଡେଲ ଆକଳନ କରୁଛନ୍ତି ।