ଖୋର୍ଦ୍ଧା:- ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ଦାଣ୍ଡିଲୋ ଗ୍ରାମରେ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଗ୍ରାମର ଏକ ପୋଖରୀରେ ଏକ ଶିଶୁର ମୃତ ଦେହ ଭାସୁଥିବାର ଦେଖିଥିଲେ ଲୋକେ । ଏହାକୁ ଦେଖି ଲୋକଙ୍କ ଭିଡ଼ ଜମିବା ସହ ବାଲିଅନ୍ତା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଶିଶୁଟି କାହାର ଏବଂ ଏଠାକୁ କିଭଳି ଆସିଲା ତାହା ଜଣାପଡ଼ିନାହିଁ । ସରକଣା ପଞ୍ଚାୟତ ଅଧିନ ଦଣ୍ଡିଲୋ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ପୋଖରୀରୁ ଉଦ୍ଧାର ହୋଇଛି ଶିଶୁର ମୃତଦେହ । ବାଲିଅନ୍ତା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।