ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ନିକଟତସ୍ତ ସରଆଡ଼ିଆ ଗ୍ରାମର ଅଜିତ ଜେନାଙ୍କ ୧୨ ବର୍ଷର ପୁଅ ସହଦେବ ଜେନା ଆଜି ଘର ଛାଡ଼ି ପଳେଇଯାଇଥିବା ସୂଚନା ମିଳିଛି। ସହଦେଵଙ୍କ ମା କୌଣସି କାରଣ ପାଇଁ ତାଙ୍କୁ ବାଡେଇଥିଲେ ଯେଉଁଥିପାଇଁ ସ୍କୁଲ ଯିବା ବାହାନା କରି ଲୁଚି ଘରୁ ପାଳେଇ ଥିଲେ । ତେବେ ଉକ୍ତ ନାବାଳକ ଜଣଙ୍କ ସରଆଡ଼ିଆ ଗ୍ରାମରୁ ଆସି ଚଡ଼ଦିଆ ଗ୍ରାମରେ ପହଞ୍ଚି ଏକ ସାଇକେଲ ଦୋକାନରେ କାମ କରିବା ପାଇଁ ବୁଝା ବୁଝି କରୁଥିବା ବେଳେ , ସାଇକେଲ ଦୋକାନୀ ଲଷ୍ମୀକାନ୍ତ ମହାଳିକ ଉକ୍ତ ଯୁବକକୁ ସନ୍ଦେହ କରି ପଚରା ଉଚରା କରିଥିଲେ । ପିଲାଟି ସତ ମାନିଥିଲା । ଲଷ୍ମୀକାନ୍ତ ଏ ସମ୍ପର୍କରେ ଉକ୍ତ ଯୁବକର ସ୍କୁକ ଶିକ୍ଷକଙ୍କୁ ଯୋଗାଯୋଗ କରିବା ସହିତ ବାଂଶଡ଼ା ଥାନାକୁ ମଧ୍ୟ ଖବର ଦେଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ପରିବାର ଲୋକଙ୍କ କୌଣସି ଯୋଗାଯୋଗ ହୋଇପାରିନଥିବା କହିଛନ୍ତି ଲଷ୍ମୀଧର।