ଭୁବନେଶ୍ୱର; ବ୍ରାଣ୍ଡେଡ଼ ଲୁହା ଛଡ଼ କିଣୁଥିଲେ ସାବଧାନ ।ଟାଟା, ଜିନ୍ଦଲ, ସେଲ ର ନକଲି ଲୁହା ଛଡ଼ ବଜାରରେ ବୁଲୁଛି ।ଦାମୀ ବ୍ରାଣ୍ଡ ନାଁ ରେ ନକଲି ଲୁହା ଛଡ଼ ବିକୁଛନ୍ତି ଦୋକାନୀ ।ଉପାନ୍ତ କୋରାପୁଟ ଓ ମାଲକାନଗିରିରେ ହେଉଛି ବ୍ୟାପକ ଜାଲିଆତି । କୋରାପୁଟ ଜିଲ୍ଲାରେ ୩୨୪ ଟି ଦୋକାନ ଉପରେ ଚଢ଼ାଉ କରାଯାଇ ୫୩ ଟି ଖିଲାପ କାରୀ ଙ୍କ ଠାରୁ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।ମାଲକାନଗିରି ଜିଲ୍ଲାରେ ୧୨୬ ଟି ଦୋକାନ ଚଢ଼ାଉ କରାଯାଇ ୯ ଟି ଖିଲାପ କାରୀ ଙ୍କ ଠାରୁ ୧୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।