ଆକ୍ରମଣ କରି ଲୁଟିନେଲେ ୩ ଲକ୍ଷ ଟଙ୍କା

ବିନିକା: ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା । ସୋନପୁର ବିନିକା ବିଶାଲପାଲି ଛକ ନିକଟରୁ ୩ ଲକ୍ଷ ୪୫ ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାର ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ ।
ମଙ୍ଗଳବାର ବିଳମ୍ବିତ ରାତିରେ ଆସ୍କାରୁ ଏକ ପିକଅପ ଦ୍ୱାରା ସାମଗ୍ରୀ ନେଇ ବରଗଡ ଯାଉଥିଲେ । କିନ୍ତୁ ବିଶାଲପାଲି ଛକ ନିକଟରେ ଗାଡିକୁ ଅଟକାଇତିଲେ ଛଅ ଜଣ ଦୁର୍ବୃତ୍ତ । ଏହାପରେ ଗାଡି ଡ୍ରାଇଭର ଜୟପାଲ ମହାମନ୍ଦ ଓ ମାଲିକ ସୁରେଶ ଠାକୁରଙ୍କୁ ଆକ୍ରମଣ କରି , ସେମାନଙ୍କ ନିକଟରୁ ୩ ଲକ୍ଷ ୪୫ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଛନ୍ତି । ଏ ନେଇ ବିନିକା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଗାଡି ମାଲିକଙ୍କୁ ମାଡ଼ ମାରିଥିବା ବେଳେ ଗାଡି ଡ୍ରାଇଭରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି ।