ବାଲିମାଫିଆଙ୍କ ଗୁଣ୍ଡାରାଜ

ହାଟଡିହି /ବିଭୂତିଭୂଷଣ ଜେନା: ବାଲି ମାଫିଆଙ୍କ ଦାଦାଗିରିକୁ ନେଇ ତେଜିଲେ ଜନସାଧାରଣ । ବହୁବର୍ଷ ଧରି ଗୁଣ୍ଡାରାଜ ଉପାୟରେ କରୁଥିଲେ ବାଲି ବ୍ୟବସାୟ । ସ୍ଥାନୀୟ ବାସିନ୍ଦାକୁ ଡରେଇ ଧମକେଇ ଅଶ୍ଲୀଳ ବ୍ୟବହାର କରି ଏଭଳି ଭାଣ୍ଡାମି ଚଲାଇଥିଲେ ବାଲି ମାଫିଆ । ଏହା ଅତ୍ୟଧିକ ହେବାରୁ ବାଲି ଖଦନକୁ ନେଇ ଆଜି ତରଭା ଗ୍ରାମବାସୀ ଓ ବାଲି ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ପୂର୍ବରୁ ସ୍ଥାନୀୟ ପ୍ରଶାସନକୁ ଜଣାଇବା ସତ୍ତେ ବି କୈ÷ାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଚୋରା ବାଲି ଲିଫିଟିଙ୍ଗ୍ କରି ଗ୍ରାମରେ ବହୁ ଅସାମାଜିକ ପରିସ୍ଥିତି ସୃଷ୍ଠି କରିବା ସହ ଦୃତ ଗତିରେ ଗାଡି ଚଲାଉଥିଲେ ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ଏମିତି କି ଗ୍ରାମ ବାହାରକୁ ବାହାରି ପାରିନଥିଲେ ସମ୍ପୁକ୍ତ ଗ୍ରାମବାସୀ । ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଆନନ୍ଦପୁର ପୋଲିସକୁ ଘଟଣା ସ୍ଥଳକୁ ପଠାଇଥିଲେ ଏହା ଦେଖି ଉକ୍ତ ବାଲି ମାଫିଆ ଫେରାର ହୋଇ ଯାଇଥିଲେ । କିନ୍ତୁ ତରଭା ଗ୍ରାମବାସୀଙ୍କ ଉପରେ ରାଗ ରଖି ରାସ୍ତାରେ ଛକି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ପ୍୍ରଶାସନ ଏହାର ସ୍ଥାୟୀ ସମାଧାନ ନକରେ ତେବେ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପ୍ରଶାସନକୁ କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଉପଜିଲ୍ଲାପାଳ ଅନିଲି କୁମାର ସେଠୀ କହିଛନ୍ତି ସେହି ଗାଁ ଉପରେ ନଜର ରଖାଯାଇଛି । ଯଦି ଅଧିକ ଆବଶ୍ୟକ ହୁଏ ସେଠାରେ ୧୪୪ ଲାଗୁ କରାଯାଇ ପୋଲିସ ମୃତୟନ ରହିବେ । ଏବଂ ଆନ୍ଦପୁର ପ୍ରଶାସନ ଏଥିପ୍ରତି ସଜାଗ ରହିଛି ଆବଶ୍ୟକ ପଡିଲେ ଉକ୍ତ ବାଲି ମାଫିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ବାଲି ମାଫିଆ କାହା ଛତ୍ରଛାୟା ତଳେ ଏଭଳି ଭାଣ୍ଡାମି ଚଲାଉଥିଲେ ? ପୋଲିସ ପାଟ୍ରୋଲିଙ୍ଗ କରିବା ସତ୍ତେ ବି କେମିତି ନଜରକୁ ଆସିନଥିଲା ଏହି ବେଆଇନ ବାଲି ଚାଲଣ ? ବିନା ଲିଜ୍ ରେ ତରଭା ଘାଟରୁ କେମିତି ବାଲି ଲିଫିଟଙ୍ଗ୍ କରୁଥିଲେ ଆଉ ଏ ବିଷୟରେ କଣ ପାଇଁ ଅବଗତ ନଥିଲା ପ୍ରଶାସନ ତାକୁ ନେଇ ଉଠିଛି ପ୍ରଶ୍ନ ? ତେବେ ବର୍ତ୍ତମାନ ଉପଜିଲ୍ଲାପାଳ ଅବଗତ ହେବା ପରେ ବାଲି ମାଫିଆଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ରହିବ ନଜର ।