ଭୁବନେଶ୍ୱର: ବିଜେପି ସରକାରକୁ ପୂରିବ ବର୍ଷେ । ବର୍ଷ ପୂର୍ତ୍ତି କୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ୟ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ ୧୨ ତରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ, ଜିଲ୍ଲା ଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକ ରେ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ବୃନ୍ଦ । ସେ ଆହୁରି ମଧ୍ୟ କହିଛନ୍ତି କି , ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ବର୍ଷ କ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ।