ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ୍‌’

ଭୁବନେଶ୍ୱର:- ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍‌’ । ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ । ଲୋକସେବା ଭବନରେ ବଡ଼ ବୈଠକରେ ଆଲୋଚନା  ।  ବିଭିନ୍ନ ଜିଲ୍ଲା ହେଡକ୍ବାର୍ଟରରେ ହେବ କାର୍ଯ୍ୟକ୍ରମ । ରାଜ୍ୟରେ ବଢୁଛି ଆତ୍ମହତ୍ୟା । ଏହାକୁ ରୋକିବା ପାଇଁ ସରକାର ଆରମ୍ବ କରିବାକୁ ଯାଉଛନ୍ତି ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ । ରାଜ୍ୟରେ ଦିନ କୁ ଦିନ ସଚେତନତା ଅଭାବରୁ ଅକାଳ ରେ ଚାଲିଯାଉଛି ଜୀବନ । ବିଗତ କିଛି ମାସ ଭିତରେ ଆତ୍ମହତ୍ୟା କେଶ ସାମ୍ନା କୁ ଆସିଛି ଯାହାକି ସରକାର ଙ୍କୁ ଅଡୁଆ ରେ ପକାଇଥିବା ବେଳେ ରାଜନୀତି ବି ବେଶୀ ସରଗରମ ହୋଇଛି । ବିଶେଷ କରି ଏଭଳି ଆତ୍ମହତ୍ୟା କେଶ ଗୁଡିକ ପ୍ରାୟ ଛାତ୍ରୀ ଓ ଯୁବକଙ୍କ ଭିତରେ ଦେଖା ଦେଉଛି । ଆଉ ଏହାକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥିପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତରେ ହୋଇଛି ବଡ଼ ବୈଠକ ।

ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ।ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗ ମାନେ ସାମିଲ ହେବେ । ଜୀବନ ଆମ ପାଇଁ କଣ, ଏହା କେତେ ମୂଲ୍ୟବାନ । ଏନେଇ ସଚେତନ କରିବେ ସରକାର । ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ । ଯେଉଁମାନେ ଗୋଟିଏ ମୁହୂର୍ତ୍ତରେ ଭାବୁଥିଲେ ଆତ୍ମହତ୍ୟା କରିବା ପାଇଁ ଏବଂ ପରବର୍ତ୍ତୀ ସମୟରେ ସେଥିରୁ ନିବୃତ ରହି ସମାଜର ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଛନ୍ତି, ସେମାନେ ନିଜର ଅନୁଭୂତି ବାଣ୍ଟିବେ ।