ଭୁବନେଶ୍ୱର: ବିଧାନସଭାରେ ଉଠିଲା ଭଡ଼ାରେ ଲାଗିଥିବା ସରକାରୀ ବାସଗୃହ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କଲେ ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଚାରିଲେ, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମଧ୍ୟରୁ କେଉଁ କେଉଁ ଘର ଗୁଡ଼ିକ ଭଡ଼ାରେ ଲାଗିଛି ସେନେଇ ଉତ୍ତର ରଖିବେ କି ମୁଖ୍ୟମନ୍ତ୍ରୀ ? ଯଦି ଏହା ସତ ତେବେ ଏନେଇ କି କାର୍ୟ୍ୟାନୁଷ୍ଠାନ ନିଆଯାଇଛି ? କାରଣ ଭଡ଼ାରେ ରହୁଥିବାରୁ ସରକାରଙ୍କ ନିୟମକୁ ନମାନ ରାସ୍ତାର ଦୁଇପଟରେ କାର ଗୁଡ଼ିକ ପାର୍କିଂ ହେଉଥିବାରୁ ପ୍ରତିଦିନ ସେଠାରେ ଦୁର୍ଘଟଣା ଘଟୁଛି । ଏହି ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମୋଟ୍ ୪୪ଟି ସରକାରୀ ବାସଗୃହ ମଧ୍ୟରୁ ୬ଟିରେ ବକ୍ଷକ୍ଷକ୍ଟଗ୍ଧଗ୍ଧରରମାନେ ରହୁନଥିବାର ଜଣାପଡ଼ିଛି ଏବଂ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଉତ୍ତର ମିଳିଲେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହରେ କହିଛନ୍ତି ।