ସେଲିବ୍ରିଟି ମାଷ୍ଟରସେଫରେ ୱିନର ହୋଇଛନ୍ତି ଗୌରବ ଖାନ୍ନା

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ଫାଇନାଲିଷ୍ଟ ନିକି ତାମ୍ବୋଲି ଓ ତେଜସ୍ୱୀ ପ୍ରକାଶଙ୍କୁ ପରାସ୍ତ କରି ସେଲିବ୍ରିଟି ମାଷ୍ଟରସେଫ ୱିନର ଟାଇଟେଲ ଗୌରବ ଖାନ୍ନା ହାସଲ କରିଛନ୍ତି । ନିକ୍କି ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ତେଜସ୍ୱୀ ସେକେଣ୍ଡ ରନର୍ସଅପ୍ ହୋଇଥିଲେ ।

ଗୌରବଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି । ସୋନି ଲାଇଭର ରିଆଲିଟି ଶୋ’ ସେଲିବ୍ରିଟି ମାଷ୍ଟରସେଫର ଗ୍ରାଣ୍ଡ ଫାଇନାଲରେ ବିଚାରକ ସଞ୍ଜୀବ କପୁର, ରଣବୀର ବ୍ରାର, ବିକାଶ ଖାନ୍ନା ଏବଂ ହୋଷ୍ଟ ଫାରା ଖାନାଙ୍କୁ ତାଙ୍କ ଖାଦ୍ୟରେ ଖୁସି କରି, ଗୌରବ ଖାନ୍ନା ଚମକଦାର ଟ୍ରଫି ସହିତ ପ୍ରାଇଜ୍ ମନି ମଧ୍ୟ ଜିତିଥିଲେ । ଶୋ’ରେ ଗୌରବ ଖାନ୍ନା, ତେଜସ୍ୱୀ ପ୍ରକାଶ ଏବଂ ନିକ୍କି ତାମ୍ବୋଲିଙ୍କ ବ୍ୟତୀତ ଟପ୍-୫ରେ ରାଜିବ୍ ଆଦିତିଆ ଏବଂ ଫ୍ୟୋସଲ୍ ଶେଖ୍ ମଧ୍ୟ ସାମିଲ୍ ହୋଇଥିଲେ ।


ଗୌରବ, ତେଜସ୍ୱୀ, ନିକି ତାମ୍ବୋଲି, ଫ୍ୟୋସଲ୍ ଶେଖ୍ ଏବଂ ରାଜିବ ଅଦତିଆ ଟପ୍-୫ରେ ରହିଥିଲେ । ଏହି ଶୋ’ରେ ପାର୍ଟିସିପେଟ କରୁଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ତେଜସ୍ୱୀ ପ୍ରକାଶ, ନିକ୍କି ତମ୍ବୋଲି, ଗୌରବ ଖାନ୍ନା, ଦୀପିକା କାକର, ଅର୍ଚ୍ଚନା ଗୌତମ, ଉଷା ନାଡକର୍ଣ୍ଣ, ରାଜୀବ ଆଦିତ୍ୟ, କବିତା ଅଭୟ, ଜୁଲକା ଏବଂ ଚନ୍ଦନ ପ୍ରଭାକରଙ୍କ ନାମ ସାମିଲ ଅଛି ।

ଫାରାହ ଖାନ୍, ସଞ୍ଜୀବ କପୁର ଏବଂ ରଣବୀର ବ୍ରାର ଗୌରବ ଖାନଙ୍କୁ ସେଲିବ୍ରିଟି ମାଷ୍ଟରସେଫ୍ ୱିନର ଭାବରେ ଘୋଷଣା କରିଥିଲେ । ଏହା ସହିତ ଗୌରବଙ୍କୁ ୨୦ ଲକ୍ଷ ଟଙ୍କାର ନଗଦ ପୁରସ୍କାର, ଏକ ଟ୍ର

ଫି ଏବଂ ଏକ ଗୋଲ୍ଡ ଆଫ୍ରନ୍ ମିଳିଛି । ଫାଇନାଲିଷ୍ଟମାନଙ୍କୁ ପରାସ୍ତ କରି ୱିନର ହେବା ଗୌରବଙ୍କ ପାଇଁ ସହଜ ନଥିଲା । ତେଜସ୍ୱୀ ପ୍ରକାଣ ଗୌରବଙ୍କୁ କଡ଼ା ଟକ୍କର ଦେଇଥିଲେ, କିନ୍ତୁ ଶେଷରେ ତାଙ୍କର ସ୍ବପ୍ନ ସତ ହେଲା ଏବଂ ସେ ୱିନର ମଧ୍ୟ ହେଲେ ।
ସେଲିବ୍ରିଟି ମାଷ୍ଟରସେଫର ଗ୍ରାଣ୍ଡ ଫିନାଲରେ ଗୌରବ ଖାନ୍ନାଙ୍କ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ । ଏହି କାରଣରୁ ତାଙ୍କ କୁମକୁମ୍ ସହ କଳାପାର ହୁସେନ୍ କୁୱାଜେରୱାଲା ତାଙ୍କୁ ସମର୍ଥନ କରିବାକୁ ଆସିଥିଲେ । ଏଥି ସହ ତାଙ୍କର ଶେଷ ରାନ୍ଧିବା ଚ୍ୟାଲେଞ୍ଜରେ, ଗୌରବ ଏକ ସାଉଥ୍ ଇଣ୍ଡିଆନ୍ ନିରାମିଷ ଖାଦ୍ୟ ପ୍ରସ୍ତୁତ କରିଥିଲେ । ସେ ତାଙ୍କ ଖାଦ୍ୟା ନାମ ‘ସାଉଥ୍ ଇଣ୍ଡିଆନ୍’ ରଖିଥିଲେ । ଏହି ଖାଦ୍ୟ ଦେଖିବା ପରେ ସଞ୍ଜୀବ କୁମାର ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ ।