ସାତବସ୍ତା ଭାଙ୍ଗ ଜବତ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଗ୍ରାମରୁ ସାତବସ୍ତା ଭାଙ୍ଗ ଜବତ । ପୁରୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେହି ଗ୍ରାମରେ ଚଢାଉକରି ସାତବସ୍ତା ଭାଙ୍ଗ ସହ ବଟକୃଷ୍ଣ ପ୍ରଧାନଙ୍କୁ ଗିରଫ କରିବାସହ କୋର୍ଟ ଚାଲାଣ କରିଛନ୍ତି । ଏ ନେଇ ଅବକାରୀ ବିଭାଗ ଏଏସଆଇ ବନ୍ଦନା ପଟ୍ଟନାୟକ ସୂଚନା ଦେଇଛନ୍ତି ।ଏକ ଟିମ ଗଠନ କରାଯାଇ ଦାଣ୍ଡ ମୁକୁନ୍ଦପୁର ପ୍ରଧାନସାହିରେ ଚଢାଉ କରାଯାଇଥିଲା । ଏହି ଟିମରେ ଏଏସଆଇ ଲୋକନାଥ ପାତ୍ର , ଗିତାରାଣି ବେହେରା , ଏସ କେ ମହାପାତ୍ର ସମତେ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।