ଶିବରାତ୍ରୀରେ ଖୁସି ଖବର, ୧ଲକ୍ଷ ତଳେ ସୁନା ଦର

ଭୁବନେଶ୍ଵର: ଶିବରାତ୍ରୀ ପୂର୍ବରୁ ସୁନା ଦରକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ବଜାର ତଥ୍ୟ ଅନୁଯାୟୀ ସୁନା ଭରି ପିଛା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି। କେତେକ କ୍ୟାରେଟ୍ ସୁନାର ମୂଲ୍ୟ ଲକ୍ଷ ଉପରେ ବ୍ୟବସାୟ କରୁଛି, ଯାହା ଉତ୍ସବ ଋତୁରେ କ୍ରେତାମାନଙ୍କ ନଜରକୁ ଆକର୍ଷିତ କରିଛି। ବୁଲିଅନ ବଜାର ଦର ଅନୁସାରେ ୧୪ କ୍ୟାରେଟ୍ ସୁନା ଭରି ପିଛା ୯୮,୫୩୦ ଟଙ୍କାରେ ବ୍ୟବସାୟ କରୁଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ୧,୨୩,୭୪୦ ଟଙ୍କା ରହିଛି। ୨୦ କ୍ୟାରେଟ୍ ସୁନା ଭରି ପିଛା ୧,୩୫,୯୬୦ ଟଙ୍କାରେ ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୪୪,୬୦୦ ଟଙ୍କାରେ ବ୍ୟବସାୟ କରୁଛି। ୨୪ କ୍ୟାରେଟ୍ ସୁନା ଭରି ପିଛା ୧,୫୭,୭୫୦ ଟଙ୍କା ରହିଛି।

ଭୁବନେଶ୍ୱରରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ସୁନା ଦର ଲକ୍ଷ ଉପରେ ରହିଛି। ସୁନା ଦର ପ୍ରତିଦିନ ଆନ୍ତର୍ଜାତୀୟ ବଜାର ଓ ଡଲାର ମୂଲ୍ୟର ପରିବର୍ତ୍ତନ ଅନୁଯାୟୀ ବଦଳିଯାଏ। ସୁନା କିଣିବା ପୂର୍ବରୁ ଶୁଦ୍ଧତା ଯାଞ୍ଚ କରିବା ଆବଶ୍ୟକ। ଏହିପାଇଁ ସରକାର ପକ୍ଷରୁ BIS Care App ଆରମ୍ଭ କରାଯାଇଛି। ଏହା Bureau of Indian Standards ଦ୍ୱାରା ପ୍ରଚାଳିତ। ଏହି ଆପ୍‌ ମାଧ୍ୟମରେ ଗ୍ରାହକମାନେ ହଲମାର୍କ ନମ୍ବର ଯାଞ୍ଚ କରି ସୁନାର ଶୁଦ୍ଧତା ସନ୍ଦାନ କରିପାରିବେ ଏବଂ କୌଣସି ଅଭିଯୋଗ ମଧ୍ୟ ଦାଖଲ କରିପାରିବେ। ତେଣୁ ସୁନା କିଣିବା ପୂର୍ବରୁ ନବୀନତମ ଦର ଯାଞ୍ଚ କରନ୍ତୁ, ହଲମାର୍କ ଦେଖନ୍ତୁ ଏବଂ ବିଲ୍‌ ନିଶ୍ଚିତ ନିଅନ୍ତୁ।