(ଆଦର୍ଶ ରାଉତ)ଭୁବନେଶ୍ୱର: ଓଡ଼ିଆ କରାଟେ ଚମ୍ପିୟନ ଭାଲିନା ଭାଲେଣ୍ଟିନା ଚେନ୍ନାଇରେ ଅନୁଷ୍ଠିିତ ହୋଇଥିବା କେ.ଏ.ଆଇ ସିନିୟର ନ୍ୟାସନାଲ କରାଟେ ଚମ୍ପିୟନଶିପରେ ସ୍ୱର୍ଣ୍ଣ ଜିତି ରାଜ୍ୟକୁ ଆଉ ଥିରେ ଗର୍ବିତ କରାଇଛନ୍ତି । ଏହା ହେଉଛି ଭାଲିନାଙ୍କ ୧୦ ତମ ସ୍ୱର୍ଣ୍ଣ ପଦକ । ଆଗକୁ ମଧ୍ୟ ଏହି ପରି ପଦକ ଆଣି ରାଜ୍ୟ ପାଇଁ ଗର୍ବ ଆଣିବେ ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।