କିଛି ଦିନ ଦର ଖସିବା ପରେ ପୁଣି ବଢିଛି ସୁନା ଓ ରୁପା ଦର । ୨୪କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୧୩୧୦ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ୍ ପ୍ରତି ୧ଲକ୍ଷ ୫୮ହଜାର ୬୦ଟଙ୍କା ହୋଇଛି । ଗତକାଲି ଏହା ୧,୫୬,୭୫୦ ରହିଥିଲା ।

ଆଜି ୨୨କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ ପ୍ରତି ୧୨୦୦ ଟଙ୍କା ଦର ବୃଦ୍ଧି ପାଇ ୧ଲକ୍ଷ ୪୪ହଜାର ୯୦୦ଟଙ୍କା ହୋଇଛି । ଗତକାଲି ୨୨କ୍ୟାରେଟ ସୁନା ୧ଲକ୍ଷ ୪୩ହଜାର ୭୦୦ ଟଙ୍କା ରହିଥିଲା । ଅନ୍ୟପଟେ ରୂପା ଦର ୧୫ହଜାର ଟଙ୍କା ବୃଦ୍ଧି ପାଇଛି । କିଲୋଗ୍ରାମ ପିଛା ରୁପା ଦର ଆଜି ୩ଲକ୍ଷରେ ପହଞ୍ଚିଛି । ଗତକାଲି ୨ଲକ୍ଷ ୮୫ହଜାର ଟଙ୍କା ରହିଥିଲା । ବଜାର ବିଶ୍ଲେଷକଙ୍କ ମତରେ ରୂପା ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ମୁଖ୍ୟତଃ ଶିଳ୍ପ ଚାହିଦା ଦ୍ୱାରା ଚାଳିତ ନୁହେଁ । ବରଂ ଏହା ମୁଖ୍ୟତଃ ଅନୁମାନିକ କ୍ରମ ଦ୍ୱାରା ଚାଳିତ, କାରଣ ନିବେଶକମାନେ ଆହୁରି ଲାଭ ହରାଇବା ଭୟରେ ଏଥିରେ ସାମିଲ ହୋଇଥିଲେ ।