ବିବାହ କରିବା ପଡିଲା ମହଙ୍ଗା

0

ରାୟଗଡା / ରବୀନ୍ଦ୍ର କୁମାର ସାହୁ : ବିବାହ କରିବା ପଡିଲା ମହଙ୍ଗା । ମ୍ୟାଟ୍ରିମୋନୀ ରୁ କରୁଥିଲେ ବିବାହ । ଜଣଙ୍କୁ କି ଦୁଇ ଜଣଙ୍କୁ ନୁହେଁ ୪ଜଣଙ୍କୁ କରିଥିଲେ ପ୍ରେମ ବିବାହ । ଏପରି ଜଣେ ରସିକିଆ ଯନ୍ତ୍ରୀ ହେଲେ କାଶୀପୁର ବ୍ଲକ୍ ଚଡଊ (କୋଠା ବାଡ଼ି ରାସ୍ତା ନିର୍ମାଣ ବିଭାଗ)ର ଯନ୍ତ୍ରୀ ଗୋପୀନାଥ କିଷାନ୍ । ଯେକି ମ୍ୟାଟ୍ରିମୋନୀରେ ନିଜକୁ ଅବିବାହିତ ବୋଲି ଦର୍ଶାଇ ପ୍ରୋଫାଇଲ୍ରେ ସରକାରୀ ଚାକିରିଆ ଦର୍ଶାଇ ପ୍ରସ୍ତାବ ଦେଇ ବିବାହ କରୁଥିଲେ । ପରେ ତାଙ୍କୁ ନିର୍ଯାତନା ଦେଇ ତାଙ୍କୁ ଦୁରେଇ ଦେଉଥିଲେ । ଏମିତି କିଛି ଅଭିଯୋଗ ଆଣିଛନ୍ତି ଯନ୍ତ୍ରୀ ଙ୍କ ଚତୁର୍ଥ ସ୍ତ୍ରୀ ସୁନିତା ମାଧିଆ ଓରଫ ସୁନିତା କିଷାନ୍ ।ଏନେଇ ନିଜ ବାପା,ମା ଙ୍କ ସହଯାଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଯନ୍ତ୍ରୀଙ୍କୁ ଗିରଫ କରିବା ସହ କେସ ନଂ.୪୯୮/ ୨୯୪/ ୩୨୩/ ୩୦୭/ ୫୦୬/ ୪୯୪/ ୩୪ ଆଇପିସି ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।