(ରଜନୀକାନ୍ତ ପାତ୍ର / ଗଞ୍ଜାମ):ଆଜି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରୀଜେଶ କୁମାର ରାୟ ଗାଙ୍ଗପୁର ଥାନା ପରିଦର୍ଶନରେ ଆସି ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଓ ଥାନା ଅଧିକାରୀ ଶ୍ରୀ ଦାସଙ୍କ ସୂଚନାଅନୁଯାଇ ଗଞ୍ଜାମ ଏସ୍ ପି ଶ୍ରୀ ରାୟ ଆଜି ପ୍ରାୟ ଦିନ ଗୋଟାଏ ବେଳେ ଗାଙ୍ଗପୁର ଥାନାକୁ ଆସି ଥାନା ଅଧିକାରୀଙ୍କ ସହ ଅଞ୍ଚଳର ନିଶା ଦ୍ରବ୍ୟ କାରବାର , ନାରୀ ନିର୍ୟାତନା , ଚୋରି, ଜୁଆ ଖେଳ ଭଳି ବିଭିନ୍ନ କେସ୍ ସମ୍ବନ୍ଧରେ ଆଲୋଚନା କରି କେସ୍ ଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ ଓ କରୋନା କଟକଣା ସମୟରେ ଗାଙ୍ଗପୁର ପୋଲିସ୍ ର ନିଃସ୍ୱାର୍ଥପର ସେବାକୁ ବେଶ୍ ପ୍ରଶଂସା କରିବା ସହ ଆଗାମୀ ଦିନ ମାନଙ୍କରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ସହ ଜନ ସାଧାରଣଙ୍କର ଅଧିକ ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ ଓ ବିଶେଷ କରି ଏବେ ପୂଜା ସମୟ ଚାଲି ଥିବାରୁ ଏବଂ ବାହାର ରାଜ୍ୟରୁ ଅଧିକାଂଶ ଲୋକେ ଫେରି ଗାଆଁରେ ଥିବାରୁ ଚୋରି ଏବଂ ଜୁଆ ଖେକ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଥିଲେ ଓ ଏହା ସହ ଥାନା ପରିସରରେ ବୁଲି ଏହାର ସ୍ଵଚ୍ଛତା ଏବଂ ସୌନ୍ଦର୍ୟ୍ୟକରଣ ଉପରେ ଗୁରୁତ୍ଵ ଦେଇଥିଲେ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ଥାନା ପରିଦର୍ଶନ କରି ଅପରାହ୍ଣ ଚାରିଟା ସମୟରେ ଫେରି ଯାଇଥିଲେ ଓ