୨/୩ ମାସ ଭିତରେ କମିବ ପେଟ୍ରେଲ ଡିଜେଲ ଦର: ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମୁକ୍ତି ପାଇଁ ପୁଣି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ସରକାର । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆଗାମୀ ଦୁଇ ରୁ ତିନି ମାସ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ସହ ସମାନ ରହେ ତେବେ ଖୁବ ଶୀଘ୍ର କମିବ ପେଟ୍ରୋଲ୍ ଡିଜେଲ୍ ଦର । ମନ୍ତ୍ରୀ କହିଛନ୍ତି ଯେ, ଭାରତ ଏହାର ଅଶୋଧିତ ତୈଳ ଯୋଗାଣ ଉତ୍ସକୁ ୨୭ ରୁ ୪୦ ଦେଶକୁ ବୃଦ୍ଧି କରିଛି। ଏହା ଭାରତକୁ ବିଶ୍ୱ ଭୂ-ରାଜନୈତିକ ଚାପ ମଧ୍ୟରେ ରିହାତି ଦରରେ ତେଲ କିଣିବାର ସ୍ୱାଧୀନତା ଦେଇଛି। ତେଣୁ ଏହା ସାଧାରଣ ଗ୍ରାହକଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି। ପୂର୍ବରୁ ଭାରତ ୨୭ଟି ଦେଶରୁ ତେଳ କିଣୁଥିବା ବେଳେ ଏବେ ୪୦ ଟି ଦେଶରୁ ତେଲ କିଣୁଛି। ସମୟ ସହିତ ଧିରେ ଧିରେ ଭାରତ ତେଲ କିଣିବା ପାଇଁ ବିକଳ୍ପ ବୃଦ୍ଧି କରିଛି। ଯଦି ଏହି ତୈଳ ଯୋଗାଣର ଉତ୍ସ ଅଧିକ ରହେ ତେବେ ତେଲ ମୂଲ୍ୟ ହ୍ରାସ ପାଇବ।