ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

Bhubaneswar: ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ Jiban Pradip Das। Rabindra Jena ବିଜେପିରେ ସାମିଲ୍ ହେବା ପରେ ସେ ଏହି ସିଦ୍ଧାନ୍ତ ନେଇଥିବା କହିଛନ୍ତି। ଏନେଇ ଆୟୋଜିତ ପ୍ରେସମିଟ୍‌ରେ ଜୀବନ ପ୍ରଦୀପ ଦାଶ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦଳରେ ମୂଲ୍ୟବୋଧଯୁକ୍ତ ରାଜନୀତିରୁ ବିଚ୍ୟୁତି ଘଟିଛି।

ସେ କହିଛନ୍ତି ଯେ, ଯଦି ବିଜେପି ମୂଲ୍ୟବୋଧ ଭିତ୍ତିକ ରାଜନୀତି କରୁଥାନ୍ତା, ତେବେ ଚିଟ୍‌ଫଣ୍ଡ ଅଭିଯୋଗରେ ଘିରିଥିବା ଜଣେ ନେତାଙ୍କୁ ଦଳରେ ସାମିଲ୍ କରାଯାଇନଥାନ୍ତା। ଏପରି ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ ବୋଲି ସେ ଦାବି କରିଛନ୍ତି। ସେହିପରି ୨୦୨୪ରେ କ୍ଷମତାକୁ ଆସିବା ପରେ Bharatiya Janata Party ର ନୈତିକ ପତନ ହୋଇଥିବା ମଧ୍ୟ ଜୀବନ ପ୍ରଦୀପ ଦାଶ ରୋକଠୋକ୍ ଭାବେ କହିଛନ୍ତି। ତେବେ ଆଗାମୀ ଦିନରେ ସେ କୌଣସି ଦଳରେ ଯୋଗ ଦେବେ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।