ବିଶାଖାପଟନମ୍ : ଓ୍ବାଇଏସଆରସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଓଡିଶା ପୁଲିସ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ୨୦୧୯ ଚିଟଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ସୋମବାର ବିଶାଖାପାଟଣା ପୁଲିସ ଏବଂ କ୍ରାଇମବ୍ରଞ୍ଚ ଇଓଡବ୍ଲୁ ମିଳିତ ଭାବେ ଏମଭି ପ୍ରସାଦଙ୍କ ଘରେ ରେଡ କରିଥିଲା ।
ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନି ନାଁରେ ସିବିଆଇ ନିକଟରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।
ତାଙ୍କୁ ପଚରାଉଚରା ପାଇଁ ଓଡ଼ିଶା ଅଣାଯାଉଛି । ତାଙ୍କ ନାଁରେ ଓଡ଼ିଶା ପୁଲିସ ଆଇପିସିର ଧାରା ୪୦୨, ୪୦୬, ୪୬୭, ୪୬୮, ୪୭୧ ଓ ୧୨୦(ବି) ଅନୁଯାୟୀ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ ୨୦୦୧ରେ ଏହି କମ୍ପାନି ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା । ତେବେ ପରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି । ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍ଭି ପ୍ରସାଦଙ୍କ ନାଁରେ ମାମଲା ଥିବା ଜଣାପଡିଛି ।