ଖୋର୍ଦ୍ଧା: ଧଳାପଥର ଅଞ୍ଚଳରେ ଚଢାଉ କରିଛି ଖୋର୍ଦ୍ଧା ବନବିଭାଗ । ଚଢାଉରେ ବଜ୍ରକାପ୍ତା ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଭାଇଙ୍କୁ ଗିରଫ କରିଛି ବନବିଭାଗ । ବଜ୍ରକାପ୍ତା କାତି ବିକ୍ରି କରିବା ନେଇ ଡିଲ ଚାଲିଥିବା ବେଳେ ବିଶେଷ ସୂୂତ୍ରରୁ ଖବର ପାଇ ରେଡ କରିଥିଲା ବନବିଭାଗ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ନୟାଗଡ ଜିଲ୍ଲା ଫତେଗଡ ଥାନା ମରିଚିଆ ଗ୍ରାମର ରାଜକିଶୋର ଖୁଣ୍ଟିଆ ଏବଂ ଭାଇ ଗୁଣ୍ଡିଚା ଖୁଣ୍ଟିଆ । ଉଭୟଙ୍କ ନିକଟରୁ ବଜ୍ରକାପ୍ତା କାତି ଜବତ କରିଛି ବନବିଭାଗ । ମରିଚିକା ଗ୍ରାମ ନିକଟରେ ଥିବା ରାସ୍ତା କଡରେ ଯାଉଥିବାବେଳେ ବଜ୍ରକାପ୍ତା ଧରି ତା ଦେହରୁ କାତି ଛଡେଇ ବିକ୍ରି କରିବାକୁ ଡିଲ୍ କରୁଥିବା ସମୟରେ ବନ ବିଭାଗ ହାତରେ ଧରାପଡିଥିଲେ ଦୁଇ ଭାଇ । ଗିରଫ ପରେ ଏ ସମ୍ପର୍କରେ ଉଭୟଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।