ରାଜ୍ୟରେ ଜାରି ରହିଛି ଘନ କୁହୁଡି ,ଏନେଇ ଏସ୍ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସତର୍କ

0

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଆସନ୍ତାକାଲି  ମଧ୍ୟ  ସକାଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ,କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ପ୍ରବଳ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି । ଏନେଇ ଏସ୍ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସତର୍କ କରାଯାଇଛି ।