ସମ୍ବଲପୁର: ଗତ କାଲି ସମ୍ବଲପୁର ଗସ୍ତରେ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ମା ସମ୍ବଲେଶ୍ୱରୀଙ୍କ ପୀଠର କାର୍ଯ୍ୟର ଅନୁଦ୍ଧାନ କରିଛନ୍ତି । ନବନିର୍ମିତ ପୂର୍ବଦ୍ବାର ଦେଇ ପ୍ରଥମେ ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରି ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରିଛନ୍ତି ୫ଞ ସଚିବ । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ୟ୍ୟକରଣ କରାଯାଉଛି । ଏହାପରେ ପଶ୍ଚିମ ଦ୍ବାର ଦେଇ ମହାନଦୀର ରିଭର୍ ଫ୍ରଣ୍ଟ ଭ୍ୟୁ ବୁଲି ଦେଖିବା ସହ କାମ କିଭଳି ଭାବେ ଶେଷ ହେବ ସେନେଇ ଆଲୋଚନା କରିଥିଲେ । ବର୍ତମାନ ସୁଦ୍ଧା ସମଲେଇ ପ୍ରକଳ୍ପର ୪୦ ରୁ ୪୫ ପ୍ରତିଶତ କାମ ଶେଷ ହୋଇଥିବା ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିରର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ । ଏହି ଅବସରରେ ପ୍ରବଳ ଜନସମାଗମ ହୋଇଥିଲା । ଅନେକ ଲୋକ ୫ଟି ସଚିବଙ୍କୁ ସମସ୍ୟା ଜଣାଇବା ପରେ ଖୁବ ଶିଘ୍ର ସମସ୍ୟାର ସମାଧାନ ହେବବେଲେି ପ୍ରତିଶୃତି ଦେଇଛନ୍ତି ଭେ.କେ ପାଣ୍ଡିଆନ ।