ହୀରାକୁଦରେ ୧୭ ଗୋଟ ଦେଇ ପାଣି ନିଷ୍କାସିତ ହେଉଛି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ୧୭ ଗୋଟ ଦେଇ ପାଣି ନିଷ୍କାସିତ ହେଉଛି । ପୁର୍ବରୁ ୧୨ଟି ଗେଟ ଦେଇ ପାଣି ନିଷ୍କାସିତ ହୋଉଥିଲା । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ୪ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ଆଜି ଆଉ ୫ଟି ଗେଟ ଖୋଲା ଯାଇଛି । ଏବେ ପ୍ରତି ସେକେଣ୍ଡରେ ୩ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମହାନଦୀର ତଳମୁଣ୍ଡରେ ବନ୍ୟା ବିପଦ ଟଳିଥିବା ବେଳେ ଉପରମୁଣ୍ଡରେ ଓଡ଼ିଶାର ଟେନସନ୍ ବଢାଇଛି ଛତିଶଗଡ଼ । ଛତିଶଗଡ଼ରେ ଗତ ଦୁଇଦିନ ଧରି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୀମା ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।