ଟ୍ରେନରେ ଅଗ୍ନିକାଣ୍ଡ:୯ଜଣଙ୍କ ମୃତ୍ୟୁ

ତାମିଲନାଡୁ: ତାମିଲନାଡୁ ପୁନାଲୁର ମଦୁରାଇ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ । ସକାଳ ୫ଟା ୧୫ ମିନିଟରେ ଏକ୍ସପ୍ରେସର ବ୍ୟକ୍ତିଗତ କୋଚରେ ନିଆଁ ଲାଗିଥିବା ଜଣାପଡିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଅନ୍ୟ କୋଚ୍ ରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣା ପଡିଛି । ଟ୍ରେନଟି ରେ ଅନେକ ଯାତ୍ରୀ ରହିଥିବା ବେଳେ ଉତ୍ତରପ୍ରଦେଶରୁ ଏହି ଟ୍ରେନଟି ଯାତ୍ରା କରୁଥିଲା । ସକାଳେ ଯୋତେବେଳେ ସେମାନେ କଫି ତିଆରି କରିବା ପାଇଁ ଚେଷ୍ଠା କରିଥିଲେ ଏବଂ ଗ୍ୟାସ ଲଗାଇବାକୁ ଚାହିଁଥିଲେ ହଠାତ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଆଉ ଏହି ଘଟଣା ପରେ ୫୫ଜଣଙ୍କୁ ଉଦ୍ଧାର କରାଯାଇଛି । ଏହା ସହ ଏହି ଘଟଣାରେ ୯ଜଣଙ୍କ ମତ୍ୟୁ ହୋଇଥିବା ମୁଦୁରାଇ ଜିଲ୍ଲା କଲେକ୍ଟର ଏମଏସ ସଂଗୀତା କହିଛନ୍ତି । ମୃତୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ପୁରୁଷ ଓ ମହିଳା ରହିଥିବା ବେଳେ ୩ଜଣ ମହିଳାଙ୍କ ମୃତ ଶରୀର ରହିଥିଲା । ଏବଂ ଏବେ ସୁଦ୍ଧା ଆଉ ଜଣଙ୍କ ମୃତ ଦେହ ଚିହ୍ନଟ କରାଯାଇପାରିନି । ମୃତଦେହକୁ ରାଜାଜୀ ସରକାରୀ ହସ୍ପିଟାଲକୁ ପଠାଯାଇଥିବା ବେଳେ ଗୁରୁତରଙ୍କୁ ମଧ୍ୟ ହସ୍ପିଟାଲାଇଜ କରାଯାଇଛି । କେତେକଙ୍କୁ ମଦୁରାଇ ରେଲୱେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି ।