ଗ୍ରୀଷ୍ମ ଆରମ୍ଭ ରୁ ନୟାଗଡ଼ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ଲାଇଛି ନିଆଁ। ନିଆଁ କୁ ଆୟତ କରିବାରେ ନାକେଦମ ବନ ବିଭାଗ। କୁତ୍ରୀମ ନିଆଁ ରେ ଜଳୁଛି ଜଙ୍ଗଲ। ନୟାଗଡ଼ ଦଶପଲ୍ଲା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। ଟାକେରା ସେକ୍ସନର ବିଭିନ୍ନ ଜଙ୍ଗଲରେ ଭୟଙ୍କର ନିଆଁ ଜଳୁଛି। ପଶୁ ଶିକାର ଏବଂ ମହୁଲ ଫୁଲ ଗୋଟେଇବା ପାଇଁ ଦୁବୃତ୍ତ ମାନେ ଜଙ୍ଗଲ ରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇଛି। ମୁଖ୍ୟତଃ ମହୁଲ ଫୁଲ ପାଇଁ ଦୁବୃତ୍ତ ମାନେ ଲଗାଇ ଦେଉଛନ୍ତି ଜଙ୍ଗଲରେ ନିଆଁ। ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ବହୁ ଔଷଧୀୟ ଏବଂ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି। ସେପଟେ ପ୍ରବଳ ମାତ୍ରା ରେ ଜଙ୍ଗଲ ନିଆଁ ଲାଗିବା ହେତୁ ଦଶପଲ୍ଲା ଠାରୁ ବାଣିଗୋଛୋ ପର୍ଯ୍ୟନ୍ତ ଧୂଆଁ ମୟ ପରିବେଶ ପାଇଁ ବଢୁଛି ପ୍ରଦୂଷଣ। ଜଙ୍ଗଲ ନିଆଁ ରେ ସାଧାରଣ ଜନ ଜୀବନ ଆସ୍ତବ୍ୟସ୍ଥ ହେଉଛି। ନିଶ୍ବାସ ନବାରେ କଷ୍ଟ ହେବା ସହ ଆଖି ନାକ ପୋଡୁଛି। ଜଙ୍ଗଲ ବିଭାଗ କର୍ମଚାରୀ ମାନେ ନିଆଁ ଲିଭାଇବା ପାଇଁ କାର୍ଯ୍ୟରେ ଲାଗିଛନ୍ତି। ଜଙ୍ଗଲରେ ଗଛ ପତ୍ର ଶୁଖିଲା ଥିବା ରୁ କୁତ୍ରୀମ ନିଆଁ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନଙ୍କୁ ବ୍ୟାପିବାରେ ଲାଗିଛି। ଯାହା ଦ୍ୱାରା ଦଶପଲ୍ଲା, ଡାକରା, ବୁଗୁଡାକଲୋନୀ ସହ ବାଣୀଗୋଛା ସେକ୍ସନ ଜଙ୍ଗଲ ରେ ମାତିଛି ଭୟଙ୍କର ନିଆଁ।