(ଅନୁସ୍ୱୟା)ଭୁବନେଶ୍ୱର:ସୁରାଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶାରେ ଅଗ୍ନିଶମ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଟ୍ୱିନ ସିଟିରେ ଯାଂଚ କରିବା ପରେ ଏବେ ବିଭିନ୍ନ ସହରର କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଂଚ ଜାରି ରହିଛି । ଆଜି ଭଦ୍ରକ ଓ ବଲାଙ୍ଗୀରରେ ଅଗ୍ନିଶମ ବିଭାଗର ଏକ ଟିମ ଯାଂଚ କରୁଛି ।
ଅଗ୍ନିଶମ ବିଭାଗର ଏକ ୧୨ଜଣିଆ ଟିମ ବଲାଙ୍ଗୀରର ସମସ୍ତ କୋଚିଂ ସେଣ୍ଟରରେ ଚଢାଉ କରିଛି । ଏହା ଅଗ୍ନିଶମ ଡ଼ିଆଇଜିଙ୍କ ନେତୃତ୍ୱରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଯାଂଚ ଚାଲିଛି । ଭଦ୍ରକର ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟରରେ ମଧ୍ୟ ଯାଂଚ ଚାଲିଛି । କେତେକ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣାପଡ଼ିଛି ।