ସତ୍ୟନଗର ତୋଷାଳି ଭବନରେ ଘଟିଛି ଅଘଟଣ । ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିଯାଇଛି । ଘଟଣାସ୍ଥଳରେ ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ ପାଇଁ ପହଞ୍ଚି ଉଦ୍ୟମ କରିଛି । ଅଘଟଣସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ନିୟୋଜିତ ହୋଇଛନ୍ତି । ତେବେ କେଉଁ କାରଣ ନିଆଁ ଲାଗିଛି ଜଣାପଡିନାହିଁ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ ଘଟିଛି । ତୋଷାଳି ଭବନର ରେକର୍ଡ ରୁମ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେକର୍ଡ ରୁମ୍ରେ ଥିବା ଅନେକ କାଗଜପତ୍ର ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଖବର ପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି ।