ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଂଜିଲି ଥାନା ଗଣ୍ଡଳା ଗ୍ରାମରେ ଏକ ଧାନ ମିଲରେ ସର୍ଟ ସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଛି ।ଘଟଣା ସ୍ଥଳରେ ହିଂଜିଲିକାଟୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ମିଲରେ ଗଚ୍ଛିତ ଥିବା ଧାନ ଓ ଚାଉଳ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।ବର୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ ରିପୋର୍ଟ ମିଳି ପାରିନାହିଁ।