ପିତୃ ଦିବସ ରେ ବାପା ସାଜିଲା ଚଣ୍ଡାଳ, ପୁଅ ସହିତ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣିଲା ସୈତାନ ବାପା । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ଗ୍ରାମ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଛି। ଅଭିଯୁକ୍ତ ବାପା ଫେରାର ଥିବା ବେଳେ ଘରର କିଛି ଦୂରରୁ ଏକ ଧାରୁଆ ଟାଙ୍ଗିଆ କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି।

ସୂଚନା ଅନୁଯାୟୀ ଗତକାଲି ଦହମୁଣ୍ତା ଗ୍ରାମର ପଲଟୁ ଜେନା ଙ୍କ ପରିବାର ରେ କୌଣସି କଥା କୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ ପାଟି ତୁଣ୍ତ ହେବା ପରେ ପଲଟୁ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆ ରେ ସ୍ତ୍ରୀ ଏବଂ ପୂଅ କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ । ଉଭୟ ଙ୍କ ଚିତ୍କାର ଶୁଣି ସାହି ପଡିଶା ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରାଇଥିଲେ, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି, ତେବେ ଏନେଇ ଥାନା ରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।