ଭୁବନେଶ୍ୱର: ବଢିଲା ମାଟ୍ରିକ ଫର୍ମ ଫିଲଅପ ଅବଧି । ମାଟ୍ରିକ ପରୀକ୍ଷା ଅନଲାଇନ ଫର୍ମ ଫିଲଅପ ଅବଧି ବଢାଇଲା ବୋର୍ଡ । ଏହାର ଅବଧି ଅକ୍ଟୋବର ୫ ପର୍ଯ୍ୟନ୍ତ ବଢିଲା ବୋଲି ସୂଚନା ଦେଲେ ବୋର୍ଡ କତ୍ତୃପକ୍ଷ । ଏହାପରେ ଆଉ ସମୟ ଅବଧି ବଢା ଯିବନି ବୋଲି ସ୍ପଷ୍ଟ କରିଲା ମାଧ୍ୟମିକ ଶିକ୍ଷା ପରିଷଦ । ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ ଫର୍ମ ଫିଲପ କରି ନାହାନ୍ତି ସେମାନେ ଅକ୍ଟୋବର ୫ ତାରିଖ ସୁଦ୍ଧା ଫର୍ମ ଫିଲପ କରିପାରିବେ ।