ନୂଆଦିଲ୍ଲୀ : ବାଣ କାରଖାନାରେ ବିସ୍ଫୋରଣ ଘଟି ୫ମୃତ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଆନାକାପାଲ୍ଲେ ଜିଲ୍ଲାରେ । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ , କାରଖାନା ପରିସରର ଏକ ସ୍ଥାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗି ବାଣ ବିସ୍ଫୋରଣ ଘଟିଥିଲା। ଅଗ୍ନି ନିରାପତ୍ତା ଦିଗରେ ତ୍ଵରିତ ପଦକ୍ଷେପ ନିଆ ନ ଯିବାରୁ ନିଆଁ ସମଗ୍ର କାରଖାନାକୁ ବ୍ୟାପିଯିବା ସହିତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କାରଖାନାରେ ବହୁ ଶ୍ରମିକ କାମ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୫ ଜଣ ବିସ୍ଫୋରଣ ଯୋଗୁ ପ୍ରାଣ ହରାଇଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।