ଢେଙ୍କାନାଳ-: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି । ଜଗତପୁରସ୍ଥିତ ଘର, ଚୌଦ୍ବାର ସ୍ଥିତ ପୈତୃକ ଘର, ଖୋର୍ଦ୍ଧା, ମହାବୀର ବଜାରସ୍ଥିତ ସରକାରୀ ବାସଭବନ, ମହିଷାପାଟସ୍ଥିତ ଏକ୍ସାଇଜ ଅଫିସରେ ମଧ୍ୟ ଚଢାଉ ଜାରି ରହିଛି ।
ଢେଙ୍କାନାଳର ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କ ଆୟ ବହିର୍ଭୁତ ଅର୍ଥ ସମ୍ପର୍କରେ ପୂର୍ବ ସୂଚନା ଆଧାରରେ, ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଯାଉଥିବା ବେଳେ ଅଟକାଇଥିଲା । ଅଟକ ସମୟରେ, ଭିଜିଲାନ୍ସ ଦଳ ମହିଳା ଆବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ । ସେ ଏହି ଅର୍ଥର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ, ଉକ୍ତ ଟଙ୍କା ସହ ତାଙ୍କ ଗାଡ଼ି ଜବତ କରିଥିଲା ଭିଜିଲାନ୍ସ ।