କଟକ କ୍ୟାଣ୍ଟେନମେଣ୍ଟଥାନାରୁ ଫେରାର ଥିବା ଅଭିଯୁକ୍ତଙ୍କ ମୃତଦେହ ଉଦ୍ଧାର

କଟକ: ଗତ କାଲି କ୍ୟାଣ୍ଟେନମେଣ୍ଟଥାନାରୁ ଫେରାର ଥିବା ଅଭିଯୁକ୍ତଙ୍କ ମୃତ ଦେହ ମହାନଦୀରେ ଭାସୁଛି । ଯେବ୍ରା ନିକଟ ୮୬ ନମ୍ବର ଗେଟ ପାଖରେ ମୁତ ଦେହ ଲାଗିଥିଲା । ତେବେ ମୃତକ ଜଣକ ହେଉଛନ୍ତି ଶଙ୍କର୍ଷଣ ବେହେରା(ବବଲୁ) । ମୃତକଙ୍କ ପରିବାର ବର୍ଗ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁସାରେ ଗତ ୨୦ ତାରିଖ ସଂନ୍ଧ୍ୟାରେ କଟକ କ୍ୟାଣ୍ଟେନମେଣ୍ଟ ଥାହାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତାଙ୍କୁ ଏକ ଚେରୀ ମାମଲାରେ ଥାନାକୁ ପଚରା ଉଚୁପା ପାଇଁ ଅଣାଯାଇଥିଲା । ସେଠାରେ ବବଲୁ ପୋଲିସକୁ ଧକ୍କା ମାହାନଦୀକୁ ଡେଇଁ ଫେରାଣ ହେଇଯାଇଥିଲା । ତେବେ ପୋଲିସ ଉପସ୍ଥିତିରେ ଥାନା ଭିତରୁ କେମିତି ଅଭିଯୁକ୍ତ ଫେରାର ହେଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବବଲୁର ମୃତଦେହ ଉଦ୍ଧାର ହେବା, ଘଟଣାକୁ ଆହୁରି ରହସ୍ୟ ଘେରକୁ ନେଇଯାଇଛି ।