ଇତିହାସ ରଚିବି କି ଭାରତ ? ଆଜିଠୁ ମହିଳା ଟେଷ୍ଟ ଆରମ୍ଭ
ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବୁଧବାର ଏକମାତ୍ର ମହିଳା ଟେଷ୍ଟ ଆରମ୍ଭ ହୋଇଛି । ପୂର୍ବରୁ ଅନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଥିବାବେଳେ ଶ୍ରେଷ୍ଠ ପ୍ରଦର୍ଶନ ନେଇ
(ମୁମ୍ବାଇ) : ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବୁଧବାର ଏକମାତ୍ର ମହିଳା ଟେଷ୍ଟ ଆରମ୍ଭ ହୋଇଛି । ପୂର୍ବରୁ ଅନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଥିବାବେଳେ ଶ୍ରେଷ୍ଠ ପ୍ରଦର୍ଶନ ନେଇ ଆଶାବାଦୀ ରହିଛନ୍ତି । ମିଥାଲି ରାଜଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।
ସୂଚନାନୁଯାୟୀ , ଭାରତ ନିକଟରେ ପ୍ରଥମ ଦଳ ଭାବେ ଟେଷ୍ଟ କ୍ରିକେଟରେ କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତିବାର ସୁଯୋଗ ରହିଛି । କ୍ରମାନ୍ୱୟରେ ସର୍ବାଧିକ ଟେଷ୍ଟ ବିଜୟ ରେକର୍ଡ଼ ଅଷ୍ଟ୍ରେଲିଆ ଓ ଭାରତ ନାମରେ ରହିଛି । ଅଷ୍ଟ୍ରେଲିଆ ଦଳ ପୂର୍ବରୁ ୩ଥର କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତିଥିଲା । ଇତିମଧ୍ୟରେ ଭାରତୀୟ ଦଳ ଲଗାତର ୩ଟି ମ୍ୟାଚ୍ ଜିତି ସାରିଛି । ଇଂଲଣ୍ଡକୁ ହରାଇ ଦଳ ନୂଆ ରେକର୍ଡ଼ ସ୍ଥାପନ କରିବାକୁ ପ୍ରୟାସ କରିବ । ସେହିପରି ଇଂଲଣ୍ଡରେ ଭାରତୀୟ ଦଳ ଅପରାଜେୟଧାରା ବଜାୟ ରଖିବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି । ଦଳ ୮ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇଥିବାବେଳେ ୬ଟି ଡ୍ର’ ରଖିଛି ।