ନେତାଙ୍କ ବିରୋଧରେ ଶିଘ୍ର ମାମଲାର ଶୁଣାଣି ଶେଷ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧ ମାମଲାର ଶିଘ୍ର ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିଜ ଆଡ଼ୁ ଏନେଇ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରିବାକୁ ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିି । ଏହାସହ ଟ୍ରାଏଲ କୋର୍ଟ ପାଇଁ ସମାନ ଗାଇଡ଼ଲାଇନ ଗଠନ କରିବା କଷ୍ଟକର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ବିଶେଷକରି ଆଜୀବନ କାରାଦଣ୍ଡ ଓ ଫାଶୀ ଦଣ୍ଡାଦେଶ ଥିବା ମାମଲା ଗୁଡ଼ିକୁ ଅଧିକ ପ୍ରାଥମିକତା ଦେଇ ବିଚାର କରିବାକୁ ପରାମର୍ଶ କରିଛନ୍ତି । କୋର୍ଟ ଏଥିପାଇଁ ସ୍ୱତନ୍ତ୍ର ବେଂଚ ମଧ୍ୟ ଗଠନ କରିପାରିବେ । ଯଦି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଜୀବନ କାରାଦଣ୍ଡଠାରୁ ହତ୍ୟା ପର୍ଯ୍ୟନ୍ତ ଦଣ୍ଡବିଧାନ ରହିଛି । ଆବଶ୍ୟକ ପଡ଼ିଲେ ସ୍ୱତନ୍ତ୍ର ବେଂଚର ନେତୃତ୍ୱ ନିଜେ ହାଇକୋର୍ଟର ମୁଖ୍ୟ ବିଚାରପତି ନେବା ଉଚିତ୍ । ଯଦି ସୀମିତ ସଂଖ୍ୟକ ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ, ସେଗୁଡ଼ିକର ଶୁଣାଣି ଆଗୁଆ ପ୍ରାଥମିକତା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।