ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲମ ମସ୍କଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢୁଛି । କାରଣ ଦୁହେଁ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ମସ୍କ ଏପରି ମଧ୍ୟ ଇସାରା ଦେଇଛନ୍ତି ଯେ ଟ୍ରମ୍ପ କାଲେ ତାଙ୍କ ପାଇଁ ପୁଣି ଥରେ ନିର୍ବଚନରେ ଜିତିଥିଲେ । ହେଲେ ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ମସ୍କ କାଳେ ଏକ ନୂଆ ରାଜନୈତିକ ଦଳ ଗଢିବାକୁ ଯଉଛନ୍ତି । ଯଦିଓ ସେ ଏହା ଉପରେ କିଛି ସ୍ପଷ୍ଟିକରଣ ଦେଇ ନାହାନ୍ତି । କିନ୍ତୁ ମସ୍କ ଗୋଟିଏ ପରେ ଗୋଟିଏ ପୋଷ୍ଟ କରୁଛନ୍ତି ଯାହା କଳ୍ପନା ଜଳ୍ପନାକୁ ବଢାଇ ଦେଉଛି । କାରଣ ମସ୍କ ଆଉ ଟ୍ରମ୍ପ ପରସ୍ପରର ବିରୋଧୀ ହେବା ରାଜନୀତିରେ ଏକ ନୂତନ ମୋଡ଼ ଆଣିଛି। ଯାହା ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ।

ମସ୍କ X ରେ ଏକ ପୋଲ ମାଧ୍ୟମରେ ପଚାରିଥିଲେ ଯେ ଆମେରିକାରେ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ଅଛି କି? ମସ୍କ କୁହନ୍ତି ଯେ ଏହି ପୋଲରେ ୮୦ ପ୍ରତିଶତ ଉପଭୋକ୍ତା ‘ହଁ’ ଉତ୍ତର ଦେଇଛନ୍ତି। ପୋଲ ବିଷୟରେ ଆଲୋଚନା କରି ମସ୍କ ଲେଖିଛନ୍ତି, ‘ଜନସାଧାରଣ କହିଛନ୍ତି- ଆମେରିକାକୁ ଏବେ ଏପରି ଏକ ଦଳ ଆବଶ୍ୟକ ଯାହା ମଧ୍ୟମ ୮୦ ପ୍ରତିଶତ ଲୋକଙ୍କୁ ପ୍ରତିନିଧିତ୍ୱ କରେ ଏବଂ ୮୦ ପ୍ରତିଶତ ଲୋକ ଏହା ହିଁ ଚାହାଁନ୍ତି। ଏହା ହିଁ ଭାଗ୍ୟ।’ ଏହା ପରେ ମସ୍କ ଏକ୍ସରେ ଲେଖିଛନ୍ତି ଯେ, ସାଧାରଣ ଜନତା ସେମାନଙ୍କ ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଆବଶ୍ୟକତା ରହିଛି । ଏହା ପରେ ସେ ଏକ ପୋଷ୍ଟରେ ‘ଦ ଆମେରିକାନ୍ ପାର୍ଟି’ ବୋଲି ଲେଖିଛନ୍ତି ।

ତେବେ ମସ୍କ ସମ୍ପ୍ରତି ଊଙଏଋ ବିଭାଗରୁ ଇସ୍ତଫା ଦେଇଛନ୍ତି ଏବଂ ସେବେଠାରୁ ସେ ନିରନ୍ତର ଟ୍ରମ୍ପଙ୍କୁ ଆକ୍ରମଣ କରି ଆସୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଟ୍ରମ୍ପଙ୍କୁ ସମର୍ଥନ କରିନଥାନ୍ତେ। ତେବେ ସେ ନିର୍ବାଚନରେ ହାରିଯାଇଥାନ୍ତେ। ଅନ୍ୟପକ୍ଷରେ, ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି ଯେ ସେ ମସ୍କଙ୍କୁ ଦିଆଯାଇଥିବା ସବସିଡି ଏବଂ ସରକାରୀ ଚୁକ୍ତିନାମାକୁ ସମାପ୍ତ କରିବେ।