ସଇନାଳି ଛକରେ ହାତୀ ଉପଦ୍ରବ

ତାଳଚେର: ଗାଁ ମୁହାଁ ହାତୀ ପଲ । ଘରେ ପଶି କରୁଛନ୍ତି କ୍ଷୟକ୍ଷତି । ତାଳଚେର ସଇନାଳି ଛକରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।ଆଜି ସକାଳ ସମୟରେ ତାଳଚେର କଙ୍କିଳିକୁ ୧୨ରୁ ୧୪ଟି ହାତି ଆସି ଅନେକ କ୍ଷୟକ୍ଷତି ଘଟାଇବା ସହ ଅନେକ ଦୋକାନ ଘର ଭାଙ୍ଗି ଦେଇଥିବା ସୂଚନା ରହିଛି ।ସୂଚନା ପାଇ ବନ ବିଭାଗ ହାତୀ ମାନଙ୍କ ଉପରେ ନଜର ରଖି ଘଉଡିବା ପାଇଁ ଉଦ୍ୟମ ଜାରି ରଖିଛି ।