(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଆସିଛି ଦିଲ୍ଲି ବିଧାନସଭା ନିର୍ବାଚନର ଫଳାଫଳ । ଯେଉଁଥିରେ ବିଜେପିକୁ ଧୂଳି ଚଟାଇ ଆମ ଆଦିର୍ମି ପାର୍ଟି ବାଜିମାର କରିଛି । ତୃତୀୟ ଥର ପାଇଁ କେଜ୍ରିୱାଲ ଦିଲ୍ଲୀ ସିଂହାସନକୁ ନିଜର ଅକ୍ତିଆରକୁ ନେଇଛନ୍ତି । ବିଭିନ୍ନ ମହଲରୁ କେଜ୍ରିୱାଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଏହି ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ କେଜ୍ରିୱାଲ ଲୋକଙ୍କ ପାଇଁ କାମ କରିଛନ୍ତି । ଗରିବ ଲୋକଙ୍କୁ କମ ମୂଲ୍ୟରେ ବିଦ୍ୟୁତ , ସମତେ ପାଣି ଯୋଗାଇଦେବା ସମେତ ସ୍କୁଲରେ ଭଲ ପାଠପଢା ଆଦି ସବୁ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଲୋକଙ୍କ ପାଇଁ କାମ କରିଛନ୍ତି ତେଣୁ ଲୋକେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି ।
ସେହିପରି ଯିଏ ଲୋକଙ୍କ ପାଇଁ କାମ କରିବ ସେ ନିର୍ବାଚିତ ହେବ । ଲୋକଙ୍କ ସେବା ବିନା ଭୋଟ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।
ଅନ୍ୟପଟେ ବିଜେପି ନିଜର ହାରକୁ ସ୍ୱୀକାର କରିବା ସହ ଜନାଦେଶକୁ ଗ୍ରହଣ କରିଛି । ଦଳ କ’ଣ ପାଇଁ ନୈରାଶଜନକ ପ୍ରଦର୍ଶନ କରିଛ ତାର ତର୍ଜମା କରାଯିବା ବୋଲି ବିଜେପି ନେତା ପଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।