ଖୁବଶୀଘ୍ର ବଦଳିବ ନେହେରୁ ସଂଗ୍ରହାଳୟର ନାମ

ଖୁବଶୀଘ୍ର ବଦଳିବ ନେହେରୁ ସଂଗ୍ରହାଳୟ ନାମ ।

(ଦିଲ୍ଲୀ) : ଖୁବଶୀଘ୍ର ବଦଳିବ ନେହେରୁ ସଂଗ୍ରହାଳୟ ନାମ । ନେହରୁ ସଂଗ୍ରହାଳୟ ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରଖାଯିବ । ଏ ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ସୂଚନାନୁଯାୟୀ , ମଙ୍ଗଳବାର ଭାରତୀୟ ଜନତା ପାର୍ଟିର ସାଂସଦଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ବୀକାର କରିବା ଏବଂ ଚିରଦିନ ପାଇଁ ମନେରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ମାନ୍ୟତା ଦେବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।’