….ଏଥିପାଇଁ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦରକାର

(ରିପୋଟର୍ସ ଟୁଡେ) : ଅଧିକାଂଶ ଲୋକ ଏହା ଜାଣିଛନ୍ତି ଯେ ଅଣ୍ଡା ଏକ ପୌଷ୍ଟିକ ଆହାର ଅଟେ, କିନ୍ତୁ ବହୁତ କମ୍ ଲୋକଙ୍କୁୁ ଜଣାଥାଏ ଏହାକୁ ଖାଇବା ଦ୍ୱାରା କ’ଣ କ’ଣ ଉପକାରିତା ମିଳିଥାଏ । ଅଣ୍ଡା ପ୍ରୋଟିନ ଏବଂ ଆମିନୋ ଏସିଡର ଏକ ବହୁତ ଭଲ ସୋର୍ସ ଅଟେ । କିଛି ଜିନିଷ ଏମିତିଥାଏ ଯେଉଁଥିରେ ଖାଲି ପ୍ରୋଟିନ ଥାଏ, ଅଣ୍ଡା ତାହା ମଧ୍ୟରୁ ଗୋଟିଏ । ଏହା ସହିତ ଏଥିରେ ୯ଆବଶ୍ୟକିୟ ଆମିନୋ ଏସିଡ ମମିଳିଥାଏ ଯାହା ଶରୀର ପାଇଁ ନିହାତି ଆବଶ୍ୟକିୟ ହୋଇଥାଏ ।

ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ଯଥା:- ଏ, ବି୧୨, ଡି ଏବଂ ଇ । ଅଣ୍ଡାରେ ଫୋଲେଟ, ସେଲେନିୟମ୍ ଏବଂ ଅନ୍ୟ କେତେ ପ୍ରକାର ଲବଣ ତତ୍ୱ ମଧ୍ୟ ରହିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯଦି ଦିନକୁ ଗୋଟଏ ଅଣ୍ଡା ଖାଆନ୍ତି ହୃଦୟ ସମ୍ବଦ୍ଧିତ ରୋଗର ଆସଙ୍କା କମ ହୋଇଥାଏ । ପ୍ରତିଦିନ ଅଣ୍ଡା ଖାଉଥିବା ବ୍ୟକ୍ତି ହୃଦଘାତ ରୋଗରେ ପିଡିତ ହେବାର ୧୮% କମ୍ ଥାଏ । ଆଜିକାଲି ଅଧିକାଂଶ ଲୋକ ବ୍ଳଡପ୍ରେସର, ମୋଟାପଣ ଏବଂ ବ୍ଲଡ୍ ସସୁଗାର ପରି ଗମ୍ଭିର ରୋଗରେ ପିଡିତ ହେଉଛନ୍ତି, ଯାହା ହୃଦୟ ସମ୍ବନ୍ଧିତ ରୋଗକୁ ଡାକିଥାଏ । ଏହା ସହିତ ଖାଦ୍ୟ ପାନୀୟରେ ଅବହେଳା, ଧୁମ୍ରପାନ ଏବଂ ଆଲକୋହଲ ର ବ୍ୟବହାର ଆଦି ହୃଦରୋଗର ପରିମାଣକୁ ଅଧିକ ବଢାଇଦେଇଥାଏ । ଭିଟାମିନ ଏବଂ ଅନ୍ୟ ଗୁଣରେ ଭରପୁର ଥିବା ଅଣ୍ଡାରେ ମାତ୍ରାଧିକ କୋଲେଷ୍ଟ୍ରୋଲ ରହିଥାଏ, ଏହି କାରଣରୁ କିଛି ଲୋକଙ୍କୁ ଲାଗୁଛି ଅଣ୍ଡା ଶରୀର ପାଇଁ କ୍ଷତିକାରକ ହୋଇପାରେ ।