ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ ନୋଟିସ କରାଯାଇଛି। ଜୁଲାଇ ୨୧ରେ ପୁଣିଥରେ ହାଜର ହେବା ଲାଗି ନେଟିସରେ କୁହାଯାଇଛି। ଗତ ଜୁନ ୮ ଓ ୨୩ ତାରିଖରେ ଶ୍ରୀମତୀ ଗାନ୍ଧୀଙ୍କୁ ଦୁଇ ଥର ନୋଟିସ କରାଯାଇଥିଲା। ତେବେ କରୋନା ଓ ଲଙ୍ଗସରେ ସଂକ୍ରମଣ କାରଣରୁ ସେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେଣୁ ଇଡିରେ ହାଜର ହୋଇପାରିନଥିଲେ। ତେବେ ତାଙ୍କ ପୁତ୍ର ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ୪ ଥର ଜେରା କରାଯାଇଥିଲା। ଯାହାକୁ ନେଇ ସାରାଦେଶରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏହାର ପ୍ରତିବାଦରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖାଡଗେ, ଅଶୋକ ଗେହଲଟ, ଭୂପେଶ ବାଘେଲ, ଅଜୟ ମାକେନ, ରଣଦୀପ ସିଂ ସୁରେଜୱାଲା ପ୍ରମୁଖ ଇଡି ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ। ଯାହା ଫଳରେ ଦିଲ୍ଲୀ ପୁଲିସ ପକ୍ଷରୁ ସେମାନଙ୍କୁ ଅଟକ ରଖାଯାଇଥିଲା। ଦେଶରେ ଚାଲିଥିବା ବିଜେପି ସରକାର ଏଭଳି ଆକ୍ରୋଶମୂଳକ ଭାବେ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା।