କଟକ: ୧୯୨୧ ରେ ଆରମ୍ଭ ହୋଇଥିବା ରେଭେନ୍ସା ମହାବିଦ୍ୟାଳୟ /ବିଶ୍ୱବିଦ୍ୟାଳୟ ର ଐତିହ ସମ୍ପର୍ଣ୍ଣ ପୂର୍ବଛାତ୍ରାବାସ (ଇଷ୍ଟ ହଷ୍ଟେଲ ) ଶହେ ବର୍ଷ ରେ ପଦାର୍ପଣ କରିଛି ।
ଏ ଅବସର ରେ ଆସନ୍ତା ୨୪ ଡିସେମ୍ବର ୨୦୨୧ ରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଶତବର୍ଷିକୀ ମହୋତ୍ସବ ର ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବାହ୍ନ ୧୧ଘଟିକା ରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ସଦୟ ଉପସ୍ଥିତି ପାଇଁ ପୂର୍ଵ ଛାତ୍ରାବାସ (ଇଷ୍ଟ ହଷ୍ଟେଲ ) ର ସମସ୍ତ ପ୍ରାକ୍ତନ ଅନ୍ତେବାସୀ ମାନଙ୍କୁ ପୂର୍ଵଛାତ୍ରାବାସ ପୁରାତନ ଛାତ୍ର ସଂସଦର ସଭାପତି ଡ଼. ସହଦେଵ ସାହୁ (ଅବସର ପ୍ରାପ୍ତ ମୁଖ୍ୟ ଶାସନ ସଚିବ, ଓଡିଶା ସରକାର ) ଏବଂ ତତ୍ୱାବଧାରକ ଡ଼ ଗୁରଦେବ ମେହେର ଅନୁରୋଧ କରିଛନ୍ତି । ଏହି ପବିତ୍ର ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବାକୁ ଯାଉଛି । ନିଜର ଛାତ୍ରାବାସ ରହଣିକାଳ ର ସ୍ମୃତି ସମ୍ବଳିତ ଲେଖା ଟିଏ easthostel2021@gmail.com କୁ ତା ୧୦.୧୨.୨୦୨୧ରିଖ ପୂର୍ବରୁ ପଠାଇଲେ ତାହା ସ୍ମରଣିକା ରେ ପ୍ରକାଶିତ ହେବ । କାର୍ଯ୍ୟକ୍ରମ ବିଷୟରେ ବିଶଦ ବିବରଣୀ ପାଇଁ 9438181277,9040003005,7008346986,6370137220 ନମ୍ୱର ଗୁଡିକୁ ଯୋଗାଯୋଗ କରିପାରିବେ । ଅନଲାଇନ ମାଧ୍ୟମରେ theeasthostel.in ଆଗୁଆ ରେଜିଷ୍ଟ୍ରସନ କରି ପୂର୍ବକ୍ତ ଇ ମେଲ ରେ ଜଣାଇ ଆପଣଙ୍କ ଯୋଗଦାନ ଶୁନିଶ୍ଚିତ କରିବାକୁ ଅନୁରୋଧ ।